The first step to success – Debasmita Mohapatra
ସଫଳତାର ପ୍ରଥମ ପାହାଚ
ମୁଁ ଶୁଣିଥିଲି ଭୁବନେଶ୍ୱର ଏକ ସ୍ଵପ୍ନର ସହର । ସମସ୍ତେ ଏଠାକୁ ଯିବା ପାଇଁ ଚାହାନ୍ତି ନିଜର ସ୍ଵପ୍ନ ପୂରଣ କରିବା ପାଇଁ, ନିଜର ଲକ୍ଷ୍ୟ ହାସଲ କରିବା ପାଇଁ । ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ଗାଁରେ ମୋ ଘର । ସମସ୍ତଙ୍କ ଭଳି ମୋ ଆଖିରେ ମଧ୍ୟ ଆଖିଏ ସ୍ଵପ୍ନ । ମାତ୍ର ମୋ ଭଳି “ଏକ ମଧ୍ୟବିତ୍ତ ପରିବାରର ଝିଅପାଇଁ ଏତେ ସ୍ଵପ୍ନ ଦେଖିବା କ’ଣ ଠିକ?” ଏହିପରି ମୋ ମାଆ କହେ । ମାତ୍ର ମୁଁ କେବେ ମୋ ମାଆ କଥାରେ କେବେ ମାନିଯାଏ ନାହିଁ । ମୋ ମାଆ ଯେତେବେଳ ମୋତେ ଏହା କହେ ମୋ ମନରେ ଗୋପନ୍ଧୁଙ୍କର ସେ କଥା “ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ । ଆଗରେ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି” ।
ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ପଢୁଥିବା ବେଳେ ମୋତେ ThinkZoneର ଏକ ମେଣ୍ଟର ଭାବରେ ପିଲାମାନଙ୍କୁ ପଢାଇବାର ସୁଯୋଗ ମିଳିଲା । ମୋତେ ସେତେବେଳେ ବହୁତ ଖୁସି ଲାଗିଥିଲା କାରଣ ଏହାଥିଲା ମୋର ପ୍ରଥମ ରୋଜଗାରର ବାଟ । ମୋତେ ଲାଗିଲା ଯେପରି ମୁଁ ମୋ ସ୍ଵପ୍ନର ପ୍ରଥମ ପାହାଚ ଚଢିଲି । ମୁଁ ନିଜେ ପଢିବା ସହିତ ଛୋଟ ପିଲା ମାନଙ୍କୁ ମଧ୍ୟ ପଡ଼େଇବାକୁ ଲାଗିଲି । ପିଲାମାନଙ୍କୁ ପଢାଇବା ସହିତ ମୋତେ ThinkZone ମାସିକ ପ୍ରଶିକ୍ଷଣରେ ମଧ୍ୟ ଯୋଗ ଦେବାକୁ ପଡ଼େ । ପ୍ରଥମେ ଟ୍ରେନିଙ୍ଗର ଉପଯୋଗିତା ମୋତେ ଜଣା ପଡୁନଥିଲା । ମାତ୍ର ଧୀରେ ଧୀରେ ମୁଁ ଟ୍ରେନିଙ୍ଗର ଉପଯୋଗିତା ଜାଣି ପାରିଲି । କାରଣ ଏହା ପଢାଇବାର ଉପାୟ ସହିତ ନିଜର ଦକ୍ଷତା ବଢାଇବାରେ ସାହାଯ୍ୟ ହେଲା । ଏହା ଛଡା ମୁଁ ଯେତିକି ଅନୁଭବ କରିଛି ମୁଁ ବିଦ୍ୟାଳୟରେ ପଢିଲା ବେଳେ ଏମିତି କୌଶଳ ଶିକ୍ଷା ପାଇନଥିଲି । ସେତେବେଳେ ଏମିତି କୌଶଳ ଶିକ୍ଷା ଆମ ପାଖରେ ପହଁଚି ପାରୁନଥିଲା । ଯାହାକି ଏବେ ମୁଁ ThinkZone ର ମାସିକ ପ୍ରଶିକ୍ଷଣ ଦ୍ଵାରା ପାଇପାରିଛି। ଏହା ଥିଲା ThinkZoneରେ ମୋର ପ୍ରଥମ ପାହାଚ ।
କିଛି ବର୍ଷ ପରେ ମୋର ପଦୋନ୍ନତି ମଧ୍ୟ ହୋଇଛି । ମେଣ୍ଟରରୁ ଏବେ ମୁଁ ମ୍ୟାନେଜର ହୋଇଛି । ଏବେ ମୁଁ ୨୦ଟି ପିଲାମାନଙ୍କୁ ନୁହେଁ, ବରଂ ୨୦ ଟି ମେଣ୍ଟରଙ୍କୁ ମୁଁ ପରିଚାଳନା କରୁଛି । ଏହାଛଡା ମୋତେ ଅଙ୍ଗନବାଡ଼ି ଦିଦିମାନଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ମିଳିଛି । ମୋର ଯୋଗାଯୋଗ କୌଶଳ ଏହା ମଧ୍ୟରେ ବହୁତ ବିକାଶ ହୋଇଛି । କାହାସହ କିପରି ଯୋଗାଯୋଗ କରିବା ପାଇଁ ହୁଏ, ତାହା ମୁଁ ଏବେ ଜାଣି ପାରିଛି । ଏହାଛଡ଼ା ସମସ୍ୟା ଆସିଲେ କିପରି ସମସ୍ୟାର ସମାଧାନ କରିବା ପାଇଁ ହୁଏ ତାହା ମଧ୍ୟ ଶିଖିଲି । ସବୁଠାରୁ ବଡ କଥା ହେଲା ମୁଁ ଅତି କମ ବୟସ ରେ ନିଜ ର ପାଠପଢା ଚାଲୁ ଥିବା ସହିତ ରୋଜଗାର କ୍ଷମ ହୋଇପାରିଛି ,ଯାହା ଫଳରେ ମୁଁ ମୋ ନିଜ ଗୋଡ଼ ରେ ନିଜେ ଛିଡ଼ା ହୋଇପାରିଛି। ଶେଷରେ ଏତିକି କହିବି ଯେ ThinkZone ମୋ ସଫଳତାର ପ୍ରଥମ ପାହାଚ ।
ମୋ ମାଆ କଥା ଏବେ ମଧ୍ୟ ମୋର ମନେ ପଡ଼େ “ଏକ ମଧ୍ୟବିତ୍ତ ପରିବାରର ଝିଅପାଇଁ ଏତେ ସ୍ଵପ୍ନ ଦେଖିବା କ’ଣ ଠିକ” ?