A Photo Story (ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି: ଏକ ଫୋଟ ଷ୍ଟୋରି)
ଥିଙ୍କଜୋନରେ ଆମେ ବିଶ୍ଵାସ କରୁ ଯେ ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବତ୍ତୋମ ମାଧ୍ୟମ । ଗତିବିଧି ଆଧାରିତ ଶିକ୍ଷା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପିଲାମାନେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଶିଖନ୍ତି । ଅଡିଓ, ଭିଡିଓ, ଖେଳ, ଗପ, ପାଠ୍ୟ ଉପକରଣ ଇତ୍ୟାଦି ବ୍ୟବହାର କରି ପାଠ ପଢାଇବା ପଦ୍ଧତି ହେଉଛି ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି । ଏହା ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ପାଠକୁ ଭଲ ଭାବରେ ବୁଝି ପାରିବା । ଥିଙ୍କଜୋନ ସେଣ୍ଟରମାନଙ୍କରେ, ବିଦ୍ୟାଳୟରେ, ଅଙ୍ଗନବାଡ଼ିରେ ଶିକ୍ଷକ ମାନେ ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି ଅନୁକରଣ କରି ଥାଆନ୍ତି । ଏଠାରେ ଫୋଟ ମାଧ୍ୟମରେ ମୁଁ ଥିଙ୍କଜୋନର ବିଭିନ୍ନ ସେଣ୍ଟରରେ ହେଉଥିବା ଗତିବିଧି ଶିକ୍ଷା ଦେଖାଇବାକୁ ଯାଉଛି ।