A Photo Story

A Photo Story (ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି: ଏକ ଫୋଟ ଷ୍ଟୋରି)

ଥିଙ୍କଜୋନରେ ଆମେ ବିଶ୍ଵାସ କରୁ ଯେ ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବତ୍ତୋମ  ମାଧ୍ୟମ । ଗତିବିଧି ଆଧାରିତ ଶିକ୍ଷା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପିଲାମାନେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଶିଖନ୍ତି ।  ଅଡିଓ, ଭିଡିଓ, ଖେଳ, ଗପ, ପାଠ୍ୟ ଉପକରଣ ଇତ୍ୟାଦି ବ୍ୟବହାର କରି ପାଠ ପଢାଇବା ପଦ୍ଧତି ହେଉଛି ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି । ଏହା ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ପାଠକୁ ଭଲ ଭାବରେ ବୁଝି ପାରିବା । ଥିଙ୍କଜୋନ ସେଣ୍ଟରମାନଙ୍କରେ, ବିଦ୍ୟାଳୟରେ, ଅଙ୍ଗନବାଡ଼ିରେ ଶିକ୍ଷକ ମାନେ ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି ଅନୁକରଣ କରି ଥାଆନ୍ତି । ଏଠାରେ ଫୋଟ ମାଧ୍ୟମରେ ମୁଁ ଥିଙ୍କଜୋନର ବିଭିନ୍ନ ସେଣ୍ଟରରେ ହେଉଥିବା ଗତିବିଧି ଶିକ୍ଷା ଦେଖାଇବାକୁ ଯାଉଛି ।

Children performing educational activities
ଫ୍ଲାସକାର୍ଡ ଆମକୁ ଜିନିଷ ମନେ ରଖିବା ପାଇଁ ସାହାଯ୍ୟ କରିଥାଏ । ଏଠାରେ ପିଲାମାନେ ଫ୍ଲାସକାର୍ଡ ମାଧ୍ୟମରେ ଫୁଲଫଳ ଶିଖୁଛନ୍ତି ।
Reading through pictorial charts
ଚାର୍ଟ ଆମକୁ ଦେଖି ଶିଖିବାରେ ସାହାଯ୍ୟ କରିଥାଏ । କାରଣ କୌଣସି ଜିନିଷକୁ ଶୁଣି ମନେ ରଖିବା ଅପେକ୍ଷା ଦେଖି ମନେ ରଖିବା ସହଜ ହୋଇଥାଏ ।
Learning maths with play money
ଏଠାରେ ପିଲାମାନେ କିଣା-ବିକା ଶିଖିବା ପାଇଁ ଖେଳଣା ନୋଟ ବ୍ୟବହାର କରୁଛନ୍ତି । ଫ୍ଲାସକାର୍ଡ, ଚାର୍ଟ, ଖେଳଣା ନୋଟ ଭାଲି ବିଭିନ୍ନ ପ୍ରକାର ଉପକରଣ ବ୍ୟବହାର କରି ଆମେ ପାଠ ପଢାଇଥାଉ ।
Learning through technology
ଗପ ପାଠ ପଢାଇବାର ଏକ ବହୁତ ପୁରାତନ ମାଧ୍ୟମ । ଏହା ପିଲାମାନଙ୍କ ଶ୍ରବଣ କ୍ଷମତା, ପଢିବା ଶୈଳୀ, ନୂତନ ଶବ୍ଦ ଶିଖିବା ଦକ୍ଷତା ଉନ୍ନତ କରିଥାଏ ।
Learning by group activities
ଖେଳ ପିଲାମାନଙ୍କର ଶାରୀରିକ, ସ୍ମୃତି ଶକ୍ତି, ସାମାଜିକ-ଆବେଗିକ ବିକାଶ କରିବାରେ ସାହାଯ୍ୟ କରେ । କାରଣ ପିଲାମାନେ ଖେଳିବାକୁ ବହୁତ ପସନ୍ଦ କରିଥାଆନ୍ତି ।
Learning by art
ଥିଙ୍କଜୋନରେ ଆମେ ଚିତ୍ର କରି ଶିଖିବାରେ ମଧ୍ୟ ବିଶ୍ଵାସ କରିଥାଉ । ଏଠାରେ ପିଲାମାନେ ବିଭିନ୍ନ ଆକୃତି ବ୍ୟବହାର କରି ଚିତ୍ର କରିଛନ୍ତି

 

Leave a Comment

Your email address will not be published. Required fields are marked *