ThinkZone’s contribution in my life

ThinkZone’s contribution in my life (ମୋ ଜୀବନରେ ଥିଙ୍କଜୋନର ଅବଦାନ)

ମୋ ନା ସୁଭଦ୍ରା ଶାହୁ । ମୁଁ ଥିଙ୍କଜୋନରେ ଅପରେସନ ମ୍ୟାନେଜର ଭାବରେ କାମ କରୁଛି । ମୋର କାମ ହେଉଛି ଭଦ୍ରକରେ ଥିବା ଥିଙ୍କଜୋନର ସମସ୍ତ ସେଣ୍ଟରକୁ ସହଯୋଗ ଯୋଗାଇବା ଅର୍ଥାତ ଭଦ୍ରକର ଗ୍ରାମାଞ୍ଚଳରେ ଥିବା ଶିକ୍ଷାବିତମାନଙ୍କୁ ଚୟନ କରି ,୩ ରୁ ୧୦ ବର୍ଷ ବୟସର ପିଲାମାନଙ୍କୁ ପଢାଇବା ପାଇଁ ସେମାନଙ୍କୁ ସହଯୋଗ ଦେବା । ମୁଁ ବର୍ତ୍ତମାନ ୨୫ ରୁ ୩୦ଟି ସେଣ୍ଟର ବୁଝୁଛି । ପ୍ରତିଟି ସେଣ୍ଟରରେ ଜଣେ ଜଣେ ଶିକ୍ଷାବିତ ଅଛନ୍ତି ଯିଏ ୧୫ ରୁ ୨୫ ପିଲାଙ୍କୁ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସେମାନଙ୍କ ସ୍ତର ଅନୁଯାଇ ଗୁଣାତ୍ମକ ଶିକ୍ଷା ଦେଉଛନ୍ତି । ମୁଁ ଶିକ୍ଷାବିତମାନଙ୍କ ସହ ଭଲ ଭାବରେ ମିଶି ସେମାନଙ୍କୁ ଥିଙ୍କଜୋନର ପ୍ରତିଟି କାର୍ଯ୍ୟକ୍ରମ ବିଷୟରେ ଓ ସେମାନେ କରୁଥିବା TIME ଫେଲୋସିପ କାର୍ଯ୍ୟକ୍ରମର ପ୍ରଣାଳୀ ବିଷୟରେ ବୁଝାଏ । ମୁଁ ଯେତେଥର ସେଣ୍ଟରକୁ ଯାଏ ପିଲାଙ୍କ ସହ କିଛିନା କିଛି ଗତିବିଧି କରି ଆସେ ଯାହାଦ୍ଵାରା ପିଲାଙ୍କର ପଢା ପ୍ରତି ଡର ଦୂରେଇଯାଏ ଓ ଗତିବିଧି,ପ୍ରଯୁକ୍ତିବିଦ୍ୟା ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ପଢିବାକୁ ଆଗ୍ରହ ଆସିଯାଏ । ଏହାଦ୍ବାରା ସେମାନେ ପାଠଟିକୁ ସହଜରେ ମନେ ରଖିପାରନ୍ତି । ଶିକ୍ଷାବିତମାନେ ମଧ୍ୟ କୁହନ୍ତି ଥିଙ୍କଜୋନର ସହଯୋଗ ଓ ଟ୍ରେନିଂ ଦ୍ଵାରା ସେମାନେ ନୂଆ ଜିନିଷ ଶିଖିପାରିଛନ୍ତି ଓ ସ୍ଵାବଲମ୍ବି ହୋଇପାରିଛନ୍ତି । 
ଏହି ଶିକ୍ଷାବିତମାନଙ୍କ ମଧ୍ୟରୁ ଜଣେ ଶିକ୍ଷାବିତ ସୁଚିସ୍ମିତା ସାହୁ ନିଜ ମତ ରଖନ୍ତି             
“ପୂର୍ବରୁ ମୁଁ ଏକ ସାଧାରଣ ଟିଉସନ ଶିକ୍ଷକ ଥିଲି । ଛୋଟ ଛୋଟ ପିଲାଙ୍କୁ ପାଠ ପଢାଇବାକୁ ମତେ ଭଲ ଲାଗୁଥିଲା । କେବଳ ବହି ଦେଖି ପିଲାଙ୍କୁ ମୁଁ ପଢାଉଥିଲି । ବିଦ୍ୟାଳୟରେ ଦିଆଯାଉଥିବା ଘର ପାଇଁ କାର୍ଯ୍ୟ ଟିଉସନ ରେ କରାଉଥିଲି ।କିନ୍ତୁ ୨୦୧୮ ରେ ମୁଁ ଥିଙ୍କଜୋନରେ ମେଣ୍ଟର ହେବାପରେ ମୁଁ ବହୁତ କିଛି ଜିନିଷ ଶିଖିଲି । ପିଲାଙ୍କୁ ପାଠ ପଢାଇବାର ନୂଆ ପ୍ରଣାଳୀ ଶିଖିଲି । ପିଲାଙ୍କୁ କିପରି ଖେଳ ମାଧ୍ୟମରେ କିପରି ଶିକ୍ଷା ଦିଆଯିବ ଜାଣିଲି । ପିଲାଙ୍କୁ ସେମାନଙ୍କ ସ୍ତର ଅନୁସାରେ ଶିକ୍ଷା ଓ ସେହି ଶିକ୍ଷାରେ ସେମାନଙ୍କର କିଛି ଉନ୍ନତି ହେଉଛି ନା ନାହିଁ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା କରିଲି । ମୁଁ ଆଗରୁ ଛୋଟ ପିଲାଙ୍କୁ କେବଳ ଅକ୍ଷର ଓ ଶବ୍ଦ ପଢାଉଥିଲି କିନ୍ତୁ ଥିଙ୍କଜୋନ ରେ ଆସି ଜାଣିଲି ଗୋଟିଏ ପିଲା ପାଇଁ ପ୍ରାକ୍ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ଓ ତାହା ପାଇଁ ବହୁତ ଗୁଡ଼ିଏ ବିଷୟ ଅଛି ଯାହା ଏକ ଶିଶୁକୁ ୬ ବର୍ଷ ପୂର୍ବରୁ ଜାଣିବା ଆବଶ୍ୟକ । ଥିଙ୍କଜୋନର Teacher app ଓ school-in-a-box ମତେ ବହୁତ ସାହାଯ୍ୟ କରିଛି ପିଲାଙ୍କୁ ବହୁତ ସରଳ ଓ ସହଜରେ ବିଷୟଗୁଡ଼ିକୁ ବୁଝେଇବାରେ । ବିଭିନ୍ନ ପଢା ସାମଗ୍ରୀ ଦେଖି ସେମାନେ ମଧ୍ୟ ବହୁତ ଆଗ୍ରହୀ ହୁଅନ୍ତି । ମୁଁ କେବେ ଭବିନଥିଲି ମୋ ଜୀବନରେ ଏମିତି ଏକ ସମୟ ଆସିବ । ଯାହାପାଇଁ ମୁଁ ଆଜି ଗର୍ବର ସହ ଆମ ଗାଁରେ ଚାଲି ପାରୁଛି । ଥିଙ୍କଜୋନର ଜଣେ ମେଣ୍ଟର ଭାବରେ ପ୍ରଶଂସାର ପାତ୍ର ହେଉଛି । ମୋ ଜୀବନରେ ଥିଙ୍କଜୋନ ବହୁତ ମହତ୍ଵ ରଖେ ।”     
ଏହି ଶିକ୍ଷାବିତଙ୍କ ପରି ଆଉ ଅନ୍ୟ ଶିକ୍ଷାବିତମାନଙ୍କର ମତ ମଧ୍ୟ ଏହିପରି ସବୁବେଳେ ରହିଥାଏ ଏବଂ ସେମାନେ ମଧ୍ୟ ସବୁସମୟରେ କହିଥାନ୍ତି କି ଥିଙ୍କଜୋନରେ ଏହିପରି ପିଲାମାନଙ୍କୁ ଗତିବିଧି ସାହାଯ୍ୟରେ ଶିକ୍ଷା ଦେଇ ତାଙ୍କୁ ଭଲ ଲାଗୁଛି ଏବଂ ସେମାନେ ସବୁବେଳେ ଏମିତି ଥିଙ୍କଜୋନ ସହ ଜଡ଼ିତ ହୋଇ ରହିବେ । 
ମୁଁ ଏକ ବର୍ଷରୁ ଅଧିକ ହେବ ଥିଙ୍କଜୋନରେ କାମ କରିଆସିଛି। ବର୍ତ୍ତମାନ କୋଭିଡ୍ ପାଇଁ ପିଲାମାନେ ଯେହେତୁ ବିଦ୍ୟାଳୟ ଓ ଆଙ୍ଗନୱାଡ଼ି ଯାଇପାରୁନାହାନ୍ତି ଥିଙ୍କଜୋନ ଘରେ ରହି ଶିକ୍ଷା କାର୍ଯ୍ୟକ୍ରମ ସାହାଯ୍ୟରେ ୬ ମାସ ହେବ ପିଲାଙ୍କୁ ଶିକ୍ଷା ଦେଇ ଆସୁଛି। ସେଣ୍ଟର ଦାୟିତ୍ଵ ସହିତ ଏହି କାର୍ଯ୍ୟକ୍ରମରେ ମୁଁ ୨୦ ଜଣ ଭଲ୍ୟୁଣ୍ଟରଙ୍କୁ ମ୍ୟାନେଜ କରୁଛି । ପ୍ରତ୍ଯେକ ଭଲ୍ୟୁଣ୍ଟରଙ୍କ ଅଧୀନରେ ୩୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ସେମାନେ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ଯେକ ସପ୍ତାହରେ ୨ ଥର ଫୋନ୍ କରି ତିରିଶି ମିନିଟ୍ ଲେଖାଏଁ ପିଲାମାନଙ୍କୁ ଗତିବିଧି କରାଇଥାଆନ୍ତି ଏବଂ ସେମାନେ ପ୍ରତ୍ଯେକ ସପ୍ତାହରେ କେତେ ପିଲାଙ୍କ ସହ  ଗତିବିଧି କରିପାରିଲେ ଏବଂ କେତେ ଜଣଙ୍କ ସହ ଗତିବିଧି କରିପାରିଲେ ନାହିଁ ତାହା ମୁଁ ଟ୍ରାକ କରେ । କୌଣସି ଅସୁବିଧା ହେଲେ ମୁଁ ସେମାନଙ୍କୁ ସାହାଯ୍ୟ କରିଥାଏ । ଥିଙ୍କଜୋନର  ପ୍ରଯୁକ୍ତିବିଦ୍ୟା ମତେ ଏହି ସବୁ ଜିନିଷ ମ୍ୟାନେଜ କରିବାରେ ବହୁତ ସାହାଯ୍ୟ କରେ । 
ଥିଙ୍କଜୋନରେ କାମ କରିବା ସମୟରେ ମୋତେ ମଧ୍ୟ ବହୁତ କିଛି ଶିଖବାପାଇଁ ସୁଯୋଗ ମିଳିଛି ଯାହା ବୋଧେ ଅନ୍ୟ କେଉଁ ସଂସ୍ଥାରେ ମୁଁ ପାଇ ପାରିନଥାଆନ୍ତି ।ମୋ ଜୀବନରେ ଥିଙ୍କଜୋନର ଅବଦାନ ବହୁତ ରହିଛି। ମୁଁ ସବୁବେଳେ ଚାହେଁ ମୁଁ ଏହିପରି ଥିଙ୍କଜୋନ ସହ ମିଶି ସମାଜ ପାଇଁ କିଛି କରୁଥାଏ।

Leave a Comment

Your email address will not be published. Required fields are marked *