Stories: A way to learn

Stories: A way to learn (ଗଳ୍ପ: ପାଠ ଶିଖିବାର ଏକ ମାଧ୍ୟମ)

If you want your children to be smart, tell them stories. If you want them to be brilliant, tell them more stories” – ଆଲବର୍ଟ ଆଇନଷ୍ଟାଇନ
‘ଗଳ୍ପ’ ଏହି ଶବ୍ଦଟି ଶୁଣିଦେଲେ ମନରେ ଆନନ୍ଦ ଖେଳିଯାଏ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଗପ ଶୁଣିବାକୁ, କହିବାକୁ ଭଲ ଲାଗେ । ଗପ ଯେ ଖାଲି ମନୋରଞ୍ଜନ କରାଏ ତାହା ନୁହେଁ, ଏହା ହେଉଛି ଶିଖିବାର ସର୍ବ ପୁରାତନ ମାଧ୍ୟମ । ଜେଜେମା ଗପ ଆମ ଶିଖିବାର ପ୍ରଥମ ପାହାଚ ଥିଲା । ସତ କହିବା, କାହାରି ଖରାପ ଭାବିବା ନାହିଁ, ଆଦର ସମ୍ମାନ କରିବା ଏହି ସବୁ ନୈତିକତା ବୋଧ ସେହି ଜେଜେମା ଗପ ହିଁ ଶିଖାଇଥାଏ । କେବଳ ନୈତିକତା ନୁହେଁ, ଗଳ୍ପ ଆମକୁ ବିଭିନ୍ନ ଜିନିଷ ଶିଖାଇଥାଏ ।

  • ପିଲାମାନେ ଗପ ଦ୍ଵାରା ବହୁତ ଆକୃଷ୍ଟ ହୋଇଥାଏ । ଯେହେତୁ ପିଲାମାନେ ଗପ ଶୁଣିବାକୁ ଭଲ ପାଆନ୍ତି, ଏହା ପିଲାମାନଙ୍କର ଶ୍ରବଣ ଶକ୍ତି କୌଶଳ ଉନ୍ନତି କରିବାରେ ସାହାଯ୍ୟ କରିଥାଏ ।
  • ଗପ ପିଲାମାନଙ୍କୁ ପାଠ ବହି ବାହାରକୁ ଭାବିବା ପାଇଁ ସାହାଯ୍ୟ କରିଥାଏ ।
  • ପିଲାମାନେ ଗପ ଦ୍ଵାରା ବହୁତ ଶବ୍ଦ ମଧ୍ୟ ଶିଖିଥାଆନ୍ତି ।
  • ଗପ ପିଲାମାନଙ୍କର କଳ୍ପନା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଥିଙ୍କଜୋନରେ ଆମେ ଗପ ମାଧ୍ୟମରେ ପାଠ ପଢା ଉପରେ ବିଶ୍ଵାସ କରୁ । ଗପ ଦ୍ଵାରା ପାଠ ପଢାଇବା ଦ୍ଵାରା ପିଲାମାନେ ଭଲ ଭାବରେ ମାନେ ରଖିବା ସହିତ ଏକ ଧାରଣାକୁ ବୁଝି ପାରନ୍ତି । ଏହା ମଧ୍ୟ ପିଲାମାନଙ୍କୁ ଅନେକ ନୂତନ ଶବ୍ଦ ସହ ପରିଚୟ କରାଇଥାଏ ।  କାରଣ ସାଧାରଣ ଯୋଗାଯୋଗ କରିବା ସମୟରେ ଆମେ ସୀମିତ ସଂଖ୍ୟକ ଶବ୍ଦ କହିଥାଉ କିନ୍ତୁ ଗପ କହିବା ବେଳେ ଅଧିକ ଶବ୍ଦ ସହିତ ପରିଚିତ ହୁଅନ୍ତି ।
ଏହା ଏକ ସେଣ୍ଟରର ଫୋଟ, ଯେଉଁଠାରେ ପିଲାମାନେ ଗପ ଦେଖି ପଢୁଛନ୍ତି । ଗପ ପଢିବା ଦ୍ଵାରା ପିଲାମାନଙ୍କର ପଢିବା କୌଶଳ, ଶୈଳୀ ମଧ୍ୟ ଉନ୍ନତ ହୋଇଥାଏ ।
ଏବେ ସେଣ୍ଟରରେ ପିଲାମାନେ ଗପ କହୁଥିବା ଏବଂ ପଢୁଥିବା ଦେଖିଲେ ମୋର ଛୋଟ ବେଳ କଥା ମାନେ ପଡ଼ିଯାଏ । ଛୋଟ ବେଳେ ସନ୍ଧ୍ୟା ହେଲେ ଆମେ ସମସ୍ତେ ଜେଜେମାଆ ଚାରି ପାଖେ ବସି ଗପ ଶୁଣୁଥାଉ । ଗପ ଶୁଣିବା ପାଇଁ ଯେଉଁ ଉତ୍ସାହ ମନରେ ଥିଲା ତାହା ବୋଧ ହୁଏ ପାଠ ପଢାରେ ନ ଥିଲା । ମିଛୁଆ ରାଧୁଆ ଗପ ଠାରୁ ଆରମ୍ଭ କରି ବେତାଳ କଥା, ଆଜି ଯାଏ ବି ସ୍ପଷ୍ଟ ଭାବରେ ମୋର ମନେ ଅଛି । ଆଜି ଏତେ ବର୍ଷ ପରେ ମୁଁ ଭାବୁଛି ଯଦି ମୋ ପାଠକୁ ମୋତେ ଗପ ଆକାରରେ ପଢା ଯାଇ ଥାଆନ୍ତା ତା’ହେଲେ ବୋଧ ହୁଏ ପାଠଗୁଡିକ ସ୍ପଷ୍ଟ ଭାବରେ ମନେ ଥାଆନ୍ତା !

1 thought on “Stories: A way to learn”

  1. Very good initiative taken by you. .carry on have patience ..one day every one will proud by your work .

Leave a Comment

Your email address will not be published. Required fields are marked *